Latest Odisha News

ଚିନ୍ତା ବଢାଇଲାଣି ନୋରୋ ଭାଇରସ୍‌; କେରଳରେ ୧୩ଟି ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନୋରୋ ଭାଇରସ୍‌। ୱାୟାନାଡ ଜିଲ୍ଲାରେ ନୋରୋଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କେରଳ ସରକାର ଆହୁରି ସଜାଗ ହୋଇଛନ୍ତି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କଠାରେ ବାନ୍ତି ଏବଂ ଝାଡା ଭଳି ଲକ୍ଷଣ ଦେଖାଯାଉଥିବା ରିପୋର୍ଟ ମିଳିଛି। ଏଥିପ୍ରତି ଲୋକମାନେ ସଜାଗ ରହିବା ଆବଶ୍ୟକ ବୋଲି ସରକାର ନିବେଦନ କରିଛନ୍ତି।

ଦୁଇ ସପ୍ତାହ ପୂର୍ବରୁ ୱାୟାନାଡ ଜିଲ୍ଲାର ଭିଥିରୀ ନିକଟ ପୁକୋଡେରେ ଥିବା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରାୟ ୧୩ ଜଣ ଛାତ୍ରଛାତ୍ରୀ ଙ୍କଠାରେ ଏହି ବିରଳ ନୋରୋଭାଇରସ୍ ସଂକ୍ରମଣ ହୋଇଥିବା ଜଣାଯାଇଛି।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ସଂକ୍ରମଣ ପ୍ରଥମେ କ୍ୟାମ୍ପସ ବାହାରେ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କଠାରେ ମିଳିଥିଲା।

Comments are closed.