Latest Odisha News

BREAKING NEWS

ବାତ୍ୟା ପ୍ରବଣ କେନ୍ଦ୍ରାପଡ଼ାରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ ପାଇଁ TPCODLର ବିପର୍ଯ୍ୟୟ ପ୍ରତିରୋଧୀ ପଦକ୍ଷେପ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଅଂଚଳରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ କରିବାର ପଦକ୍ଷେପ । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ଭିତ୍ତିଭୂମିରେ ଉନ୍ନତୀକରଣ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । କଂପାନୀ ପକ୍ଷରୁ ୧୮୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଥିବା ବେଳେ ବଙ୍କା ହୋଇଥିବା ଖୁଣ୍ଟକୁ ସିଧା କରାଯାଇଛି । ଅଳ୍ପ ଉଚ୍ଚତା, ପୁରୁଣା ଓ ତ୍ରୁଟିଯୁକ୍ତ ବିଦ୍ୟୁତ ଖୁଣ୍ଟକୁ ବଦଳାଇ ନିରନ୍ତର ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି କଂପାନୀ ପକ୍ଷରୁ ୪୯ଟି ୧୧ କେଭି ଫିଡର୍ ଓ ୩୫ଟି ଡବଲ୍ ପୋଲ୍ ଢାଞ୍ଚାରେ ବଡ଼ ଧରଣର ବିଦ୍ୟୁତ ନେଟଓ୍ୱର୍କ ସୁଦୃଢ଼ୀକରଣ କାମ ହାତକୁ ନିଆଯାଇଛି । ମୋଟ୍ ୮୭ ଅଳ୍ପ ଉଚ୍ଚତାର ଖୁଣ୍ଟକୁ ବଦଳା ଯାଇଥିବା ବେଳେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଂଚଳରେ ଆବାସିକ ସ୍ଥଳ ଓ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କାଣ୍ଟିଲିଭର୍ ବ୍ୟବସ୍ଥା କରାଯାଇଛି ।

ପୁରୁଣା ଓ ତ୍ରୁଟି ଥିବା ଉପକରଣର ପରିବର୍ତ୍ତନ ଓ ମରାମତି କରି ସାତଟି ସ୍ଥାନରେ ବଣ୍ଟନ ସବସେଷ୍ଟସନର ଉନ୍ନତୀକରଣ କରାଯାଇଛି । ଏହାଦ୍ୱାରା ୨ଲକ୍ଷ ୨୬ ହଜାର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପ୍ରଦାନ କରାଯିବ । ରାଜକନିକା ଅଂଚଳରେ ଆବାସିକ ଓ କୃଷି ଉପଭୋକ୍ତାଙ୍କ ବର୍ଦ୍ଧିତ ଚାହିଦା ପୂରଣ ପାଇଁ ୨ଟି ୩୩/୧୧ କେଭି ସବଷ୍ଟେସନକୁ କାର୍ଯ୍ୟ୍କ୍ଷମ କରାଯାଇଛି । ତ୍ରୁଟି ସମାଧାନ ସମୟ ହ୍ରାସ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ କେନ୍ଦ୍ରାପଡ଼ା ଡିଭିଜନର ବିଭିନ୍ନ ସ୍ଥାନରେ ୩୬ଟି ନୂଆ ୧୧ କେଭି ଲାଇନ୍ ଏବି ସ୍ୱିଚ୍ ସ୍ଥାପନ କରାଯାଇଛି ।

ଟିପିସିଓଡିଏଲ୍ ଏହାର ସମସ୍ତ ଗାହକଙ୍କୁ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ପ୍ରତିବଦ୍ଧ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବାଧିକ ପ୍ରଭାବିତ ହୋଇଥିବା ଅଂଚଳ ହେଉଛି କେନ୍ଦ୍ରାପଡ଼ା । ଏହାକୁ ନଜରରେ ରଖି ଭିତିଭୂମିକୁ ପ୍ରତ୍ୟକ୍ଷ ଭାବେ ସୁଦୃଢ଼ କରିବାକୁ ନିଷ୍ପତ୍ତି ହୋଇଛି । ବାତ୍ୟା ସ୍ଥିତି ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରି ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ସୁବିଧା ପ୍ରଦାନ କରିବ ବୋଲି ଟିପିସିଓଡିଏଲପ ସିଇଓ ଏମ୍. ସେନବାଗମ୍ କହିଛନ୍ତି ।

Leave A Reply

Your email address will not be published.