Latest Odisha News

‌ମୋତେ ଭୁଲ୍‌ ପ୍ରମାଣିତ କଲେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ କଙ୍ଗନା କହିଛନ୍ତି ଯେ ଯଦି ତାଙ୍କୁ ଭୁଲ ପ୍ରମାଣିତ କରାଯାଏ ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ। କଙ୍ଗନା ତାଙ୍କ ପ୍ରତିରକ୍ଷାରେ ଦେଇଥିବା ଯୁକ୍ତି ଆହୁରି ଚକିତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ପଦ୍ମଶ୍ରୀ ଗ୍ରହଣ କରିବାର ଗୋଟିଏ ଦିନ ପରେ କଙ୍ଗନା ଏକ ବିବାଦୀୟ ବୟାନ ଦେଇଥିଲେ। କଙ୍ଗନା କହିଥିଲେ ଯେ ମୋଦୀ ସରକାର ୨୦୧୪ରେ ଆସିବା ପରେ ପ୍ରକୃତ ସ୍ୱାଧୀନତା ଆସିଛି। ୧୯୪୭ରେ ଯେଉଁ ସ୍ୱାଧୀନତା ହାସଲ କରାଯାଇଥିଲା, ତାହା ଭିକରେ ଦିଆଯାଇଥିଲା। ଏହା ପରେ ସାରା ଦେଶରେ କଙ୍ଗନା ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି।

କଙ୍ଗନା କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ୧୮୫୭ ମସିହାରେ ହୋଇଥିଲା। ଏଥିରେ ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଇ ଏବଂ ବୀର ସାବରକର ଯୋଗ ଦେଇଥିଲେ। କିନ୍ତୁ ୧୯୪୭ ମସିହାରେ ସ୍ୱାଧୀନତା ପାଇଁ କେଉଁ ଯୁଦ୍ଧ ହୋଇଥିଲା? ମୋର ଏ ବିଷୟରେ କୌଣସି ଜ୍ଞାନ ନାହିଁ। ଯଦି କେହି ମୋତେ ଏ ବିଷୟରେ ସୂଚନା ଦିଅନ୍ତି, ମୁଁ କେବଳ କ୍ଷମା ପ୍ରାର୍ଥନା କରିବି ନାହିଁ, ବରଂ ପଦ୍ମଶ୍ରୀ ସମ୍ମାନ ମଧ୍ୟ ଫେରାଇ ଦେବି।

Comments are closed.