Latest Odisha News

BREAKING NEWS

ଅଜବ ବିଜୟଙ୍କ ଗଜବ ପଦକ୍ଷେପ

ମାଡ୍ରାସ: ଘରୋଇ କ୍ରିକେଟରେ ମୁରଲୀ ବିଜୟଙ୍କୁ ନେଇ ଏକ ଅଦ୍ଭୁତପୂର୍ଣ୍ଣ ଖବର ହସ୍ତଗତ ହୋଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବାୟୋବବଲରେ ରହିବାକୁ ପଡିବ ବୋଲି ସେ ଏଥିରୁ ଓହରି ଯାଇଛନ୍ତି । ବିଜୟ କୋଭିଡ ୧୯ ଭ୍ୟାକ୍ସିନ ମଧ୍ୟ ନେଇ ନାହାନ୍ତି । ତେବେ ବିସିସିଆଇ ନିୟମ ଅନୁସାରେ ଖେଳାଳିଙ୍କୁ କୋଭିଡ ଭ୍ୟାକ୍ସିନ ନେବାକୁ ପଡିବ । ଏହା ପରେ ବାୟୋବବଲରେ ରହି କ୍ରିକେଟ ଖେଳିବାକୁ ହେବ । ଯାହାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି ବିଜୟ । ତାମିଲନାଡୁ କ୍ରିକେଟ ଆସୋସିଏଶନ ନିୟମ ସମ୍ପର୍କରେ ବିଜୟଙ୍କୁ ଜଣାଇଥିଲେ । ମାତ୍ର ସେ ମାନି ନଥିଲେ ।

୨୦୧୮ରେ ବିଜୟ ଶେଷଥର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ । ଆନ୍ତର୍ଜାତୀୟ ଟେଷ୍ଟରେ ବିଜୟ ୬୧ ମ୍ୟାଚରେ ୩୯୮୨ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୨ ଶତକ ସାମିଲ ।

Leave A Reply

Your email address will not be published.