Latest Odisha News

BREAKING NEWS

ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର : ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲିପଡ଼ିଥିବା ପିଜି ସିଟ୍ ଗୁଡିକ ସ୍ପଟ୍ ଆଡମିଶନ୍‌ରେ ପୂରଣ କରାଯିବ।ପିଜି ସ୍ପଟ୍ ଆଡମିଶନ ପାଇଁ ଆସନ୍ତା ୧୭ ତାରିଖରୁ କମନ ଆପ୍ଲିକେସନ ଫର୍ମ ମିଳିବ। ଛାତ୍ରଛାତ୍ରୀ ମାନେ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ। ତେବେ ଏନେଇ ୨୧ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଆବେଦନ କରିହେବ।ସ୍ପଟ୍ ସିଲେକ୍ସନରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୨୪ ତାରିଖ ସନ୍ଧ୍ୟା ୫ ସମୟରେ ପ୍ରକାଶ ପାଇବ।ଅନ୍ୟପଟେ ୨୬ ତାରିଖ ସନ୍ଧ୍ୟା ୬ ଟା ଯାଏଁ ଫି ଦାଖଲ ପାଇଁ ଲିଙ୍କ୍ ଦିଆଯିବ।

ଫଳରେ ଛାତ୍ରଛାତ୍ରୀ ମାନେ ଇଣ୍ଟିମେସନ ଲେଟର ଡାଉନଲୋଡ କରିପାରିବେ। ୨୯ ତାରିଖ୨୯ ତାରିଖ ପର୍ଯ୍ୟନ୍ତ ମନୋନୀତ ସଂସ୍ଥାରେ ରିପୋଟିଂ କରିପାରିବେ । ସ୍ପଟ୍‌ ନାମଲେଖା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମ ନ ଲେଖିଲେ, ୱେଟିଂ ଲିଷ୍ଟ୍‌ରେ ଥିବା ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ନାମଲେଖାରେ ସୁଯୋଗ ମିଳିପାରିବ । ସେହିପରି ଫି’ ଦାଖଲ ପାଇଁ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଲିଙ୍କ୍‌ ଦିଆଯିବ । ଡିସେମ୍ବର ୮ ତାରିଖ ସୁଦ୍ଧା ସ୍ପଟ୍‌ ନାମଲେଖା ପ୍ରକ୍ରିୟା ସରିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.