Latest Odisha News

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

BjdElectrycity

ତହସିଲଦାର ରାମ କୃଷ୍ଣ ନାୟକଙ୍କ ନେତୃତ୍ୱରେ ମୁଦୁଲିପଡ଼ା ଥାନାର ପୋଲିସ କର୍ମଚାରୀମାନେ ୪୬ଏକର ଫରେଷ୍ଟ ଲ୍ୟାଣ୍ଡରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ସକ୍ରିୟ ରହି ଥିବାରୁ ପୋଲିସ ଏହି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସାହାସ କରିପାରୁନଥିଲା। ମାତ୍ର ବଣ୍ଡାଘାଟିରେ ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ ହେବାରୁ ପୋଲିସକୁ ଏହି ସଫଳତା ମିଳିଛି।

Leave A Reply

Your email address will not be published.