Latest Odisha News

BREAKING NEWS

ଏନସିଏ ମୂଖ୍ୟ ହେବେ ଲକ୍ଷ୍ମଣ !

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ କରାଯିବା ପରେ ଏନସିଏ ଅଧ୍ୟକ୍ଷ ପଦ ଏବେ ଖାଲି ପଡିଛି । ରିପୋର୍ଟ ମୁତାବକ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ସମାପ୍ତ ହୋଇଯାଇଛି । ଭାରତ ଏର ଦକ୍ଷିଣ ଆଫ୍ରିକା ଗସ୍ତରେ ଲକ୍ଷ୍ମଣ ଏହି ଦାୟିତ୍ୱ ତୁଲାଇବେ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସେକ୍ରେଟାରୀ ସଚିବ ଶାହ ଏଥି ନିମନ୍ତେ ଲକ୍ଷ୍ମଣଙ୍କୁ ମନେଇବାରେ ସଫଳ ହୋଇଛନ୍ତି ।

BjdElectrycity

ଏନସିଏ, ଭାରତ ଏ ଏବଂ ୧୯ ବର୍ଷରୁ କମ ଦଳର ଓଭରାଲ ଇନଚାର୍ଯ୍ୟ ଲକ୍ଷ୍ମଣ ହେବେ । ସୀତାଂଶୁ କୋଟକଙ୍କୁ ସାମୟିକ ଭାବେ ଭାରତ ଏ ଟିମର ଇନଚାର୍ଯ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି । ଡ୍ରାଭିଡ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ଥିବାରୁ ଏହା ଭାରତୀୟ କ୍ରିକେଟର ବିକାଶର ସହାୟ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.