ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ ଯାଇ ପାରି ନ ଥିବା ବେଳେ ପାକିସ୍ତାନ ସେମିରୁ ବିଦାୟ ନେଇଥିଲା । ଆଇସିସି ପ୍ୟାନେଲ ଇଆନ ବିଶପ, ଶେନ ୱାଟସନ, ନତାଲି ଜର୍ମନୋସ, ଲରେନ୍ସ ବୁଥ ଓ ଶାହୀଦ ହାସିମ ଏହି ଖେଳାଳି ଚୟନ କରିଥିଲେ ।
ଆଇସିସି ଟିମ ଅଫ ଦି ଟୁର୍ଣ୍ଣାମେଂଟ: ଡେଭିଡ ୱାର୍ଣ୍ଣର, ଜୋସ ବଟଲର, ବାବର ଆଜମ (ଅଧିନାୟକ), ଚରିତ ଅସଲଙ୍କ, ଆଡେନ ମାର୍କରାମ, ମୋଇନ ଅଲୀ, ବାନିନ୍ଦୁ ହସରଙ୍ଗା, ଆଡାମ ଜାମ୍ପା, ଯୋଶ ହାଜେଲଉଡ, ଟ୍ରେଂଟ ବୋଲ୍ଟ, ଏନରିକ ନାର୍ତ୍ୟା, ଶାହୀନ ଆଫ୍ରିଦୀ (ଦ୍ୱାଦଶ ଖେଳାଳି) ।
Comments are closed.