Latest Odisha News

ସୁନ୍ଦରଗଡ଼ ବଣାଇରେ ହାତୀ ଆତଙ୍କ, ଭାଙ୍ଗିଲେ ଘର, ଖାଇଲେ ଚାଉଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ପୁଣି ମାତିଲେ ହାତୀପଲ । ଘର ଭାଙ୍ଗିବା ସହ ଖାଇଗଲେ ଚାଉଳ । ଆକ୍ରମଣରେ ଜଣେ ଶିଶୁର ଗୋଡ ଭାଙ୍ଗି ଯାଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛି । ଦୁଇ ଶିଶୁଙ୍କୁ ବନ ବିଭାଗ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ କୋଇଡା ଅଞ୍ଚଳରେ ତାଣ୍ଡବ ରଚି ଚାଲିଛନ୍ତି ୨୬ ଟିକିଆ ହାତୀପଲ । କୋଇଡ଼ା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା କାଦୋଡିହା ହର୍ଟିଂରେ ଆଜି ଭୋରରୁ ଏହି ହାତୀପଲ ଗାଁ ରାସ୍ତା ଦେଇ ଜଙ୍ଗଲ ଯିବା ସମୟରେ ମୁନୁ ଲୋହାରଙ୍କ ଘର ଭାଙ୍ଗି ଚୁରମାର କରିବା ସହ ଚାଉଳ ଖାଇ ଦେଇଥିଲେ । ଦୁଇ ଭାଇ ଭଉଣୀ ଘର ଭିତରେ ଶୋଇଥିଲେ । ତେବେ ହାତୀ ୬ ବର୍ଷର ଶୁଭମର ଗୋଡ ଭାଙ୍ଗି ଦେଇଥିବା ବେଳେ, ସୌଭାଗ୍ୟ ବଶତଃ ଖସି ଆସିଥିଲେ ଭଉଣୀ । ହେଲେ ଇଟା ପଡି ଭଉଣୀର ଅଣ୍ଟାରେ ଆଘାତ ଲାଗିଛି । ବାରମ୍ବାର ହାତୀପଲ ଉତ୍ପାତ କରୁଥିବା ବେଳେ, ଘଉଡାଇବାରେ ବନ ବିଭାଗ ଫେଲ୍ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି ।

Comments are closed.