Latest Odisha News

BREAKING NEWS

ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା

ଭୁବନେଶ୍ବର : କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ଏବେ ଯାଏଁ ଟିକା ନେଇ ସାରିଲେଣି ୪.୦୩ କୋଟି ଲୋକ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪ ହଜାର ଲୋକଙ୍କ ଦିଆଯାଇଛି ପ୍ରଥମ ଡୋଜ୍ । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକଙ୍କୁ ଦିଆଯାଇଛି କୋଭିଡର ଦ୍ବିତୀୟ ଡୋଜ୍ । ତେବେ ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ହାର ମାଇନସ୍ ୫.୩ ପ୍ରତିଶତ ରହିଛି ।

ଖାଲି ସେତିକି ନୁହେଁ, ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି । ପ୍ରତମ ଡୋଜ୍ ଟିକାକରଣରେ ଜାତୀୟ ହାର ୭୯.୮ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ପ୍ରତମ ଡୋଜ୍ ଟିକାକରଣ ହାର ରହିଛି ୮୨.୪ ପ୍ରତିଶତ । ସେହିପରି ଦ୍ବିତୀୟ ଡୋଜ ଟିକାକରଣରେ ଜାତୀୟ ହାର ୩୪.୪ ପ୍ରତିଷତ ଥିବା ବେଳେ, ଓଡ଼ିଶାରେ ୪୧.୫ ପ୍ରତିଶତ ରହିଛି ଦ୍ବିତୀୟ ଡୋଜ ହାର । ତେବେ ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.