ଭୁବନେଶ୍ୱର : ଆସନ୍ତାକାଲି ପାଳିତ ହେବ ଆଜାଦୀ କା ଅମୃତ ମହୋତ୍ସବ । ଦେଶ ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ଦେଶ ବ୍ୟାପି ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ଆସନ୍ତା କାଲି ସକାଳ ୬ ଟାରେ ଭୁବନେଶ୍ୱର ସ୍ଥିତ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ ।ଏହି ପଦଯାତ୍ରାର ନାଁ ‘ଟ୍ୟାକ୍ସାଥନ’ ରଖାଯାଇଛି ।ଏହି ପଦଯାତ୍ରା ଭୁବନେଶ୍ୱର ରାଜସ୍ୱ ବିହ।ରସ୍ଥିତ ଆୟକର ଭବନରୁ ବାହାରି ରସୁଲଗଡ,ବାଣୀବିହାର ,ରାମମନ୍ଦିର, ଜନପଥ, କଳିଙ୍ଗଷ୍ଟାଡିୟମ୍ ଦେଇ ପୁନର୍ବାର ଆୟକର ବିଭାଗକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ସଚ୍ଚୋଟ ଟିକସଦାତାଙ୍କ ପ୍ରତି ସମ୍ମାନ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଟିକସ ପୈଠକରି ରାଷ୍ଟ୍ର ନିର୍ମାଣରେ ଭାଗିଦାର ହେବାଲାଗି ସଚେତନତା ସୃଷ୍ଟି କରାଯିବ ।
BREAKING NEWS
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
- ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍
- ରୋହିତଙ୍କୁ ନେଇ ଅଡୁଆରେ ଟିମ ଇଣ୍ଡିଆ
- ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ
- ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ
Comments are closed.