Latest Odisha News

BREAKING NEWS

ବଢୁଛି ସଂକ୍ରମଣ; ପୁଣି ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ୟୁରୋପୀୟ ଦେଶମାନଙ୍କରେ କରୋନା ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। ଅନ୍ୟପଟେ ଜମ୍ମୁରେ କୋଭିଡ-୧୯ ପଜିଟିଭିଟି ହାର ବଢୁଥିବାରୁ ବୁଧବାର ଠାରୁ ଜମ୍ମୁରେ ରାତ୍ରି କର୍ଫ୍ୟୁ ପୁଣି ଥରେ ଲାଗୁ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ଯେ ଜମ୍ମୁରେ କୋଭିଡ୍‌ ପଜିଟିଭିଟି ହାରକୁ ଦୃଷ୍ଟିରେ ରଖି ବୁଧବାର ରାତି ୧୦ ଟା ରୁ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି।

ସେ ସହରରେ ରହୁଥିବା ଲୋକଙ୍କୁ କରୋନା ଏସ୍‌ଓପି ଅନୁସରଣ କରିବାକୁ ଏବଂ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ପରାମର୍ଶ ଦେଇଥିଲେ।

Comments are closed.