Latest Odisha News

BREAKING NEWS

ସୋରଡ଼ାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ଅଟକ ରଖାଯାଇଛି । ସୋରଡ଼ାର ୧୮୨ ନଂ ବୁଥରେ ବିଧାୟକ ପ୍ରାର୍ଥୀ ଜଣକ ପ୍ରବେଶ କରି ଏପରି ଘଟଣା ଘଟାଇବା ପରେ ଭୋଟଦାନରେ ବିଶୃଙ୍ଖଳା ହୋବାର ଅଭିଯୋଗ ହୋଇଛି ।

୍ଗଣମାଧ୍ୟମକୁ ସୂଚନାଦେଇ ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି, ଏହି ଘଟଣା ଘଟିଥିବା ବୁଥର ପ୍ରିଜାଇଡ଼ିଂ ଅଫିସର ଏବଂ ଅନ୍ୟ ପୋଲିଂ କର୍ମଚାରୀମାନଙ୍କର ଅଭିଯୋଗ ଅନୁଯାଇ ପୋଲିସ ପ୍ରାର୍ଥୀ ବିଶୋଇଙ୍କୁ ସୋରଡ଼ା ଥାନାରେ ରଖି ପଚରାଉଚରା କରୁଛି ।

ଏସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ସେ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଅବଗତ କରିବେ ।

Leave A Reply

Your email address will not be published.