Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ରଦ୍ଦ ହେଲା ସୀମାପାର ବାଣିଜ୍ୟ କାରବାର

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି । ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବଂ ଜାଲନୋଟ ଆଦି କାରବାର ସକାଶେ ଅପବ୍ୟବହାର କରୁଛନ୍ତି ରିପୋର୍ଟ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ବାଣିଜ୍ୟ ମାର୍ଗକୁ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ କାଶ୍ମୀର ସୀମାର ଉଭୟ ପାଶ୍ୱର୍ରେ ଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରିବା ନିମନ୍ତେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଦେଇ କରାଯାଇଥାଏ । ସେଗୁଡ଼ିକ ହେଲା ବାରମୁଳା ଜିଲ୍ଲାର ଉରିସ୍ଥିତ ସଲାମାବାଦ ଏବଂ ପୁଂଛ ଜିଲ୍ଲାର ଚକ୍କାନ- ଦା- ବାଗ । ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ । ଏହିସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଏବଂ ନିଃଶୁଳ୍ପ ଭିତିରେ କରାଯାଇଥାଏ ।

କିନ୍ତୁ, ସରକାରଙ୍କୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖାରେ ହେଉଥିôବା ଏହି ବାଣିଜ୍ୟ ବ୍ୟବସ୍ଥାକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି । ଜଣାପଡ଼ିଛି ଯେ ବାଣିଜ୍ୟ ଏହାର ସତା ହରାଇଛି ଏବଂ ଅଧିକତର ଭାବେ ତୃତୀୟ ପକ୍ଷ ବାଣିଜ୍ୟ ଏବଂ ଅପଶକ୍ତି ତଥା ଜାତୀୟତା ବିରୋଧୀ ତତ୍ୱ ମାନଙ୍କ ଦ୍ୱାରା ଏହି ପଥକୁ ମାଧ୍ୟମ ଭାବ ବ୍ୟବହାର କରାଯାଉଛି ଓ ସେମାନେ ଏହି ପଥ ଦେଇ ହୱାଲା ଅର୍ଥ, ମାଦକଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର କାରବାର କରୁଛନ୍ତି । ବାଣିଜ୍ୟ କାରବାରକୁ ସେମାନେ ବାହାନା ରୂପେ ଉପଯୋଗ କରୁଛନ୍ତି ।

ଏନଆଇଏ (ଜାତୀୟ ଅନୁସନ୍ଧାନ ଏଜେନ୍ସି)ଙ୍କ ଦ୍ୱାରା ସେଠାରେ ଚାଲିଥିôବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେଠାରେ କାର୍ଯ୍ୟ କରୁଥିବା ଅଧିକତର ନିୟନ୍ତ୍ରଣ ରେଖାର ବାଣିଜ୍ୟ ସଂସ୍ଥାଙ୍କର ନିଷିଦ୍ଧ ଆତଙ୍କବାଦୀ ସଂଗଠନମାନଙ୍କ ସହ ଘନିଷ୍ଠ ଯୋଗସୂତ୍ର ରହିଛି । ଏହି ସବୁ ସଂଗଠନମାନେ ଆତଙ୍କବାଦ/ ବିଚ୍ଛିନ୍ନତାବାଦ ସହ ସଂପୃକ୍ତ ଅଛନ୍ତି । ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ କେତେକ ବ୍ୟକ୍ତିବିଶେଷ, ଯେଉଁମାନେ ପାକିସ୍ତାନକୁ ଯାଇଛନ୍ତି ଏବଂ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ସେମାନେ ପାକିସ୍ତାନରେ ବାଣିଜ୍ୟ ସଂସ୍ଥାମାନ ଆରମ୍ଭ କରିଛନ୍ତି । ସେହିସବୁ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆତଙ୍କବାଦୀ ସଂଗଠନମାନଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସେମାନେ ଏବେ ନିୟନ୍ତ୍ରଣ ରେଖାରେ ବାଣିଜ୍ୟ କାରବାରରେ ଲିପ୍ତ ଅଛନ୍ତି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଠାରୁ ସବୁଠାରୁ ଅନୁଗୃହୀତ ରାଷ୍ଟ୍ର (ଏମଏନଏଫ) ମାନ୍ୟତା ଓହରାଇ ନେଇଥିଲା । ସେତେବେଳେ ସୂଚନା ମିଳିଥିଲା ଯେ ପରିଣାମତଃ ଏଭଳି ଉଚ୍ଚତର ଟିକସକୁ ଏଡ଼ାଇବା ସକାଶେ, ନିୟନ୍ତ୍ରଣ ରେଖାରେ ଚାଲିଥିବା ବାଣିଜ୍ୟକୁ ଯଥେଷ୍ଟ ମାତ୍ରାରେ ଅପବ୍ୟବହାର କରିବାର ସମ୍ଭାବନା ରହିଛି ।

ତେଣୁ ଭାରତ ସରକାର ଜମ୍ମୁ ଓ କାଶ୍ମୀରର ସଲାମାବାଦ ଓ ଚକ୍କାନ-ଦା-ବାଗ ଠାରେ ଚାଲିଥିବା ଏଭଳି ଏଲଓସି ବାଣିଜ୍ୟ କାରବାରକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏ ଦିଗରେ କଠୋର ଏବଂ ତୁରନ୍ତ କାର୍ଯ୍ୟକାରୀ କରିବା ଭଳି ବ୍ୟବସ୍ଥା ଗ୍ରହଣ କରଯାଇଛି ଏବଂ ବିଭିନ୍ନ ଏଜେନ୍ସିମାନଙ୍କ ସହ ପରାମର୍ଶ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବା ସକାଶେ ନିଷ୍ପତି ହୋଇଛି । ଏହା ପରେ ଏଲଓସି ବାଣିଜ୍ୟ କାରବାର ପୁନଃଆରମ୍ଭ କରାଯିବା ପ୍ରସଙ୍ଗ ସଂଶୋଧନ କରାଯିବ ।

Leave A Reply

Your email address will not be published.