Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବିବାହକୁ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି କାଟ୍ରିନା ଓ ଭିକି

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଗ୍ରାଣ୍ଡ ମ୍ୟାରେଜ ପରେ ଏବେ ସମସ୍ତେ ଚର୍ଚ୍ଚିତ ଲଭ୍‌ ବଡର୍ସ  କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉତ୍ସବକୁ ଚାହିଁ ବସିଛନ୍ତି। ବିବାହ ତାରିଖ ଯେତିକି ପାଖେଇ ଆସୁଛି, ଦମ୍ପତିଙ୍କ ବିବାହକୁ ନେଇ ଗୁଜବ ଅଧିକ ପ୍ରଚାର ହେବାରେ ଲାଗିଛି। ତେବେ ସୂଚନା ମୁତାବକ ଏହି ଦମ୍ପତି ଖୁବ୍ ଶୀଘ୍ର ନିଜ ବିବାହକୁ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିପାରନ୍ତି। ତେବେ ଏହାକୁ ନେଇ ସମସ୍ତେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କ ବିବାହ ବିଷୟରେ ଏକ ଆନୁଷ୍ଠାନିକ ଘୋଷଣା କରିବେ। ସେମାନେ ସମସ୍ତଙ୍କ ସହ ଏହି ଖୁସି ଖବର ବାଣ୍ଟିବାକୁ ଖୁବ୍ ଶୀଘ୍ର ଏକ ସାର୍ବଜନୀନ ଘୋଷଣା କରିବାକୁ ଯୋଜନା କରିଛନ୍ତି।

ବିବାହ ପାଇଁ ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି। ଏଥିରେ ସେମାନଙ୍କର ସହ-ତାରକା, ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ନାମ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

Comments are closed.