ଭୁବନେଶ୍ୱର: ରାଜରାସ୍ତାରେ ବିଜେଡ଼ିର ଗର୍ଜନ । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ଆରମ୍ଭ ହୋଇଯାଇଛି । ରାଜରାସ୍ତାରେ ବିଜେଡି ଯୁବ ଛାତ୍ର ଓ ମହିଳା ସଙ୍ଗଠନର ନାରା । ଦରଦାମ୍ ସବୁ ନିୟନ୍ତ୍ରଣ ନହେବା ଯାଏ ବିଜେଡିର ଆନ୍ଦୋଳନ ଜାରି ରହିବ ।
ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ କେନ୍ଦ୍ର ସରକାର ଲୋକଙ୍କୁ ଠକି ଚାଲିଛନ୍ତି ।
ତା ସହିତ ଫେଲ୍ ମାରିଛି କେନ୍ଦ୍ରର ଉଜ୍ଜ୍ୱଳ ଯୋଜନା । ଗତ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । । ୩ବର୍ଷ ତଳେ ଗ୍ୟାସ୍ ଦର ୫୪୯ ଟଙ୍କା ରହିଥିଲା ।ଯାହା ଏବେ ୭୦ ପ୍ରତିଶତ ବଢି ସାରିଲାଣି । ଏସବୁର ପ୍ରତିବାଦ କରିବା ସହିତ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଉଛି ।
Comments are closed.