Latest Odisha News

BREAKING NEWS

ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ସଂକ୍ରମଣ, ଅଫଲାଇନ୍ ପରୀକ୍ଷା ବାତିଲ୍

ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ବୁର୍ଲା ଭୀମସାରରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମଣ । ୨୨ଜଣ ଏମବିବିଏସ୍ ଛାତ୍ରୀ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ଆଜି ପୁଣି ୭ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପଜିଟିଭ୍ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

କରୋନ ସଂକ୍ରମଣରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ଅଫଲାଇନ୍ ପରୀକ୍ଷା ବାତିଲ କରି ଦିଆଯାଇଛି । ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ୍ ମାଧ୍ୟମରେ ହେବା ନେଇ ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।

Comments are closed.