Latest Odisha News

୬୩୩ ଦିନ ପରେ ଆସିଲା ଗୁଡ ନ୍ୟୁଜ: ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶ ବାହାରେ ନୂଆ ବର୍ଷର ମଉଜ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଡ ନ୍ୟୁଜ ଆସିଯାଇଛି । ୬୩୩ ଦିନ ପରେ ସରକାର ୧୫ ଡିସେମ୍ବରରୁ ଆନ୍ତର୍ଜାତୀୟ ଏୟାର ଟ୍ରାଭେଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କରୋନା ମହାମାରୀ ଯୋଗୁ ଏହା ବନ୍ଦ ରଖା ଯାଇଥିଲା । ତେବେ ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ, ମରିଶସ, ସିଙ୍ଗାପୁର, ବାଂଲାଦେଶ, ବୋତ୍ସବାନା, ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ଗସ୍ତରେ କିନ୍ତୁ ପ୍ରତିବନ୍ଧ ଜାରୀ ରହିବ । ଘରୋଇ ଫ୍ଲାଇଟଗୁଡିକୁ ସମ୍ପୂର୍ଣ୍ଣ କ୍ଷମତା ସହ ଏଥର ଉଡାଣ ଭରି ପାରିବେ ।

ବିଦେଶ ଯାତ୍ରାରେ ଯିବା ବେଳେ କେତେଗୁଡିଏ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି । ସେଗୁଡିକ ମଧ୍ୟରେ କୋୱିନରେ ପାସପୋର୍ଟର ସବିଶେଷ ବିବରଣୀ ସହ ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ ହେବା ଜରୁରୀ । ଭ୍ରମଣ ପୂର୍ବରୁ ଆରଟି-ପିସିଆର ଟେଷ୍ଟ କରାଇନେବା ଉଚିତ ବୋଲି କୁହାଯାଇଛି । କାରଣ ଏବେ ବି କେତେକ ଦେଶରେ ଏହାର ରିପୋର୍ଟ ମଗା ଯାଉଛି ।

Leave A Reply

Your email address will not be published.