Latest Odisha News

BREAKING NEWS

ଇତିହାସରେ ପ୍ରଥମ; ଆଣ୍ଟାର୍ଟିକାରେ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ଏକ ବାଣିଜ୍ୟିକ ଏୟାରବସ୍ ବିମାନ ସଫଳତାର ସହ ଆଣ୍ଟାର୍ଟିକାର ଏକ ବରଫାବୃତ୍ତ ରନୱେରେ ଅବତରଣ କରିଛି। ଏହା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ପ୍ରକାଶ ଥାଉକି, ସେହି ମାସରେ କମ୍ପାନୀର A340 ବିମାନ ବରଫ ଭର୍ତ୍ତି ରନୱେରେ ଅବତରଣ କରିଥିଲା, ସେବେଠାରୁ ଏହି ‘ବାରଫସ୍ଥାନରେ’ରେ ପର୍ଯ୍ୟଟନର ସମ୍ଭାବନା ଖୋଲିବା ପରି ମନେହୁଏ।

ନଭେମ୍ବର ୨ରେ, A340 ବିମାନ ସକାଳେ ଦକ୍ଷିଣ ଆଫ୍ରିକାର କେପଟାଉନ୍ ରୁ ବାହାରି ଆଣ୍ଟାର୍ଟିକାରେ ପହଞ୍ଚି ପ୍ରାୟ ୪,୬୩୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଆଣ୍ଟାର୍ଟିକା ବରଫ ଉପରେ ଏହି ବିମାନ ନେଇଥିବା ପାଇଲଟ୍ ହେଉଛନ୍ତି କ୍ୟାପଟେନ କାର୍ଲୋସ ମିରପୁରୀ।

ସିଏନ୍‌ଏନ୍‌ର ରିପୋର୍ଟ ଅନୁଯାୟୀ, ହାଇ ଫ୍ଲାଏ ନାମକ ଏକ ବିମାନ କମ୍ପାନୀ ଦ୍ୱାରା ଏହି ଐତିହାସିକ କୀର୍ତ୍ତିମାନ ରଚାଯାଇଛି। ଏହି ଋତୁରେ ବୈଜ୍ଞାନିକ ଏବଂ କାର୍ଗୋ ବ୍ୟତୀତ ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏହି ବିମାନ ମାଧ୍ୟମରେ ଆଣ୍ଟାର୍ଟିକାକୁ ପରିବହନ କରାଯିବ।

ତେବେ ବରଫାବୃତ୍ତ ରନୱେରେ ବିମାନ ଅବତରଣ କରିବା ଏତେ ସହଜ ନଥିଲା ବୋଲି କ୍ୟାପଟେନ ବର୍ଣ୍ଣନା କରିଛନ୍ତି। ଆଣ୍ଟାର୍ଟିକାରେ ଏପର୍ଯ୍ୟନ୍ତ କୌଣସି ପ୍ରକୃତ ବିମାନବନ୍ଦର ନାହିଁ। ଏହି ତୁଷାର ରନୱେ ଅଞ୍ଚଳରେ କେବଳ ୫୦ ଟି ଅବତରଣ ଷ୍ଟ୍ରିପ୍ ରହିଛି।

Leave A Reply

Your email address will not be published.