Latest Odisha News

BREAKING NEWS

କର୍ଣ୍ଣାଟକ ଏସଡ଼ିଏମ୍ କଲେଜରେ କୋଭିଡ଼-୧୯ ସଂକ୍ରମିତ ସଂଖ୍ୟା ୩୦୬କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକର ଧରୱାଡ଼ସ୍ଥିତ ଏସଡ଼ିଏମ୍ କଲେଜ ଅଫ୍ ମେଡ଼ିକାଲ ସାଇନ୍ସରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬କୁ ବୃଦ୍ଧି ପାଇଛି । କଲେଜ ପରିସରରେ ଥିବା ଦୁଇଟି ହଷ୍ଟେଲକୁ ସିଲ୍ କରିଦିଆଯାଇଛି । ସଂକ୍ରମିତ ଶିକ୍ଷାର୍ଥୀମାନେ ସେମାନଙ୍କ ହଷ୍ଟେଲ ରୁମରେ ଚିକିତ୍ସିତ ହେଉଛନ୍ତି ।

ଧରୱାଡ଼ ଜିଲ୍ଲା ପ୍ରଶାସନ ଏସଡ଼ିଏମ ମେଡ଼ିକାଲ କଲେଜର ୫୦୦ମିଟର ଭିତରେ ସ୍କୁଲ, କଲେଜଗୁଡ଼ିକ ବନ୍ଦ କରିଦେଇଛି । ଆଖପାଖ ଅଞ୍ଚଳକୁ ପରିମଳ କରାଯାଇଛି । କ୍ୟାମ୍ପସରେ ଗତିବିଧି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ସଂକ୍ରମଣ ବିସ୍ତାର ନହେବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏଯାଏଁ କଲେଜ କ୍ୟାମ୍ପସ୍ ବାହାରେ ଏବଂ ଚତୁପାଶ୍ୱର୍ ଅଞ୍ଚଳରେ କେହି ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନାହିଁ । କୌଣସି ଲକ୍ଷଣ ଦେଖାଦେବା ମାତ୍ରେ ନିକଟବର୍ତ୍ତୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ତୁରନ୍ତ ନମୂନା ପରୀକ୍ଷା କରାଇ ନେବାକୁ ଜିଲ୍ଲା କମିଶନର ଲୋକଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ, ସମସ୍ତେ ସତର୍କତା ଅବଲମ୍ବନ କରିବା ସହ କୋଭିଡ଼ ମାର୍ଗଦର୍ଶିକା ମାନିବା ଉଚିତ୍ । ରାଜ୍ୟରେ କୋଭିଡ଼-୧୯ ସଂକ୍ରମଣ ମାମଲା ବୃଦ୍ଧି ବିଷୟରେ ଆଲୋଚନା କରିବା ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଶନିବାର ଦିନ ସ୍ୱାସ୍ଥ୍ୟ ଏବଂ ବିପର୍ଯୟ ବିଭାଗର ବିଶେଷଜ୍ଞମାନଙ୍କର ବୈଠକ ଡ଼ାକିଥିଲେ ।

Leave A Reply

Your email address will not be published.