Latest Odisha News

BREAKING NEWS

ପିପିଲିରେ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ପ୍ରଦୀପ ମହାରଥୀ

ପିପିଲି : ପିପିଲି ବିଧାୟକଙ୍କ ଫାର୍ମହାଉସରେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ ମଧ୍ୟ କହିଛନ୍ତି, “ଆହତ ଫ୍ଲାଇଂ ସ୍କ୍ୱାଡ ସଦସ୍ୟଙ୍କ ବୟାନକୁ ଆଧାର କରି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଛି” ।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି, “ଆହତ ଫ୍ଲାଇଂ ସ୍କ୍ୱାଡର ସଦସ୍ୟମାନଙ୍କ ବୟାନକୁ ଭିତ୍ତି କରି ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଛି” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଜେଡି ବିଧାୟକଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୫୩, ୩୪୧, ୩୩୧, ୧୪୭, ୧୪୮, ୧୪୯, ୧୭୧(ବି) ଓ ୧୮୬ ଦଫା ଏବଂ ଲୋକ ପ୍ରତିନିଧି ଆଇନ ୧୨୩ ଆଧାରରେ ମାମଲା ରୁଜୁ କରାଯାଇଛି ।

ଏସମ୍ପର୍କରେ ଶ୍ରୀଯୁକ୍ତ ମହାରଥୀ ନିଜ ଫେସବୁକ୍ ପେଜରେ ସଫେଇ ଦେଇ କହିଛନ୍ତି, “ଗତକାଲି ଝଡବର୍ଷା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ସହ ଚାରିଆଡ ଅନ୍ଧାର ହୋଇଯାଇଥିଲା । ଫ୍ଲାଇଂ ସ୍କ୍ୱାଡ୍ ସଦସ୍ୟମାନେ ରାତି ପ୍ରାୟ ୧୨ଟା ସମୟରେ ଫାର୍ମହାଉସ ତାଲା ଭାଙ୍ଗି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କର ବଚସା ଓ ଠେଲାପେଲା ମଧ୍ୟ ହୋଇଥିଲା । ତେବେ ସେମାନଙ୍କୁ ଆକ୍ରମଣ ଘଟଣାରେ ସେ କିମ୍ବା ତାଙ୍କ ଦଳୀୟ କର୍ମୀଙ୍କ କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.