ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବା ପାଇଁ ଜିଲ୍ଲା ବିଜେପି କର୍ମୀମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ବିଜେଡି ଶାଶନ କାଳରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିଯିବା ଓ ସିବିଆଇ ତଦନ୍ତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ବିଧାନସଭା ଭଳି ପବିତ୍ର ଗୃହରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରବେଶ କରୁଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟ ମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ କରିଥିଲେ।
Comments are closed.