Latest Odisha News

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର ସାଧାରଣ ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନ ଭାରିଆଣ୍ଟର ତୀବ୍ର ସଂକ୍ରମଣଶୀଳତା ଯୋଗୁ ରାଷ୍ଟ୍ରସଂଘରେ ପୁଣି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ୟୁରୋପିଆନ ସେଣ୍ଟର ଫର ଡିଜିଜ୍ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ବା ଇସିଡିସି ପକ୍ଷରୁ କରାଯାଇଥିବା ପରିସଂଖ୍ୟାନ ଅନୁସାରେ ଏହି ଆକଳନ କରାଯାଇଛି ।

ଫ୍ରାନସ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଜାଁ ଫ୍ରାଙ୍କୋଇସ ଡେଲଫ୍ରାସି ବି କହିଛନ୍ତି, ଆସନ୍ତା ଜାନୁଆରୀ ଶେଷ ବେଳକୁ ଡେଲଟା ପରି ଓମିକ୍ରନ ବିପଦ ସୃଷ୍ଟି କରିବ । ବର୍ତ୍ତମାନ ସୁଦ୍ଧା ଓମିକ୍ରନ ନେଇ ସବିଶେଷ ତଥ୍ୟା ଆସିନାହିଁ । ତେବେ ଏହା ଡେଲଟା ତୁଳନାରେ ଅଧିକ ବିପଜ୍ଜନକ ବୋଲି ପୂର୍ବରୁ କହିଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାସ୍ଥ୍ୟ ବିଶେଷଜ୍ଞ ମାରିଆ ଭାନ କେରକୋଭ । ବର୍ତ୍ତମାନ ରାଷ୍ଟ୍ରସଂଘରେ ପ୍ରାୟ ଶହେ ଲୋକ ସଂକ୍ରମିତ ହେଲେଣି । ୟୁରୋପୀୟ ରାଷ୍ଟ୍ରସଂଘରେ ଏବେ ୨୭ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ଏବଂ କୋଭିଡରେ ପ୍ରାୟ ସମସ୍ତ ଦେଶ ବ୍ୟାପକ ସଂକଟର ଶିକାର ହୋଇଛନ୍ତି ।

Comments are closed.