Latest Odisha News

BREAKING NEWS

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା

ଭୁବନେଶ୍ୱର: ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। । ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ । RTPCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତ ଜଣକ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ୍ ମିଡିଆ ଟିମ୍ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ଯେହେତୁ ମିଡିଆ ସେଣ୍ଟରରେ ଅନ୍ୟମାନେ ଥିଲେ ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟମାନେ ଆସିଥାଇ ପାରନ୍ତି । ତେଣୁ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଗତ ନଭେମ୍ବର ୨୫ରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତାକାଲି ଶେଷ ହେବ ।

Leave A Reply

Your email address will not be published.