Latest Odisha News

କଟକ ରେଲଓ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ: ରେଲଓ୍ୱେ ଷ୍ଟେସନରୁ ପୁଳା ପୁଳା ଟଙ୍କା ଭର୍ତ୍ତି ବ୍ୟାଗ ଜବତ । କଟକ ରେଲଓ୍ୱେ ଷ୍ଟେସନରୁ ୪ଟି ବ୍ୟାଗରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଜଣେ ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍ । ସେସବୁ ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍ ଥିବା ଜଣା ପଡିଛି ।

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରୁ ଜବତ ହୋଇଛି ଏହି ଟଙ୍କା । ଏସ୍. କେ. ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ବ୍ୟାଗ୍ ଜବତ ହୋଇଛି । ୪ଟି ବ୍ୟାଗରେ ନିର୍ଦ୍ଦିଷ୍ଟ ଭାବରେ କେତେ ଟଙ୍କା ଅଛି ଜଣା ପଡିନି । କୁହାଯାଉଚି ୨୦ ଲକ୍ଷରୁ ଅଧିକ ଟଙ୍କା ରହିଛି ।

ଜିଆରପି ଓ ଆରପିଏଫ୍ ପୋଲିସ ଏସ୍. କେ. ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି । ସେ କେଉଁଠୁ ଆଣିଲେ ଏତେ ଟଙ୍କା ? କୁଆଡ଼େ ନେଉଥିଲେ ? ଏଦିଗରେ ତାଙ୍କ ପାଖରୁ ଅଧିକ ତଥ୍ୟ ହାସଲ କରାଯାଉଛି ।

Comments are closed.