Latest Odisha News

BREAKING NEWS

୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୯୫ଜଣଙ୍କ ମୃତ୍ୟୁ

ଦିଲ୍ଲୀ: ୨୪ଘଣ୍ଟା ଭିତରେ ଦେଶରେ ୮ ହାଜର ୪୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୯୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୫୬,୮୨୨ରେ ପହଞ୍ଚିଛି । ସେହିପରି ଭାରତରେ ସମୁଦାୟ କୋଭିଡ଼ ଜନିତ ମୃତ୍ୟୁସଂଖ୍ୟା ମିଶାଇ ୪,୭୩,୯୫୨ରେ ପହଞ୍ଚିଛି ।

BjdElectrycity

କୋଭିଡ଼-୧୯ ସଂକ୍ରମଣରୁ ୨୪ଘଣ୍ଟା ଭିତରେ ସୁସ୍ଥ ହୋଇଛନ୍ତି୯ହଜାର ୫୨୫ଜଣ । ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୦,୮୯,୧୩୭ । ବର୍ତ୍ତମାନ ଦେଶରେ ସକ୍ରିୟ ଅଛନ୍ତି ୯୩ ହଜାର ୭୩୩ । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ୧,୨୯,୫୪,୧୯,୯୭୫ଜଣଙ୍କୁ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.