Latest Odisha News

ଦୁବାଇ ଫେରନ୍ତା କରୋନା ପିଜିଟଭ୍ ଚିହ୍ନଟ, ଓମିକ୍ରନକୁ ନେଇ ବଢ଼ିଲା ଭୟ

ଗଞ୍ଜାମ : ସାରା ବିଶ୍ୱ ବାସୀଙ୍କୁ ଘାରିଛି କରୋନା ଓ ଓମିକ୍ରନ ଭୟ। ହେଲେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ରାଉରକେଲାର। ସେ ଗଞ୍ଜାମ ଭଞ୍ଜନଗର ଲଣ୍ଡେଇ ସାହିର ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ଲଣ୍ଡେଇ ସାହିରୁ ପ୍ରଶାସନ ତାଙ୍କୁ ଆଣି ଡାକ୍ତରଖାନାରେ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।

BjdElectrycity

ଏହା ସହ ଭଞ୍ଜନଗର ଲଣ୍ଡେଇ ସାହିକୁ ମିନି କଣ୍ଟେନ ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ୩୦ ତାରିଖରେ ଦୁବାଇରୁ ଆସିଥିଲେ ବୋଲି ଜଣାପଡ଼ିଛି। ଏୟାରପୋର୍ଟରେ ତାଙ୍କର ଟେଷ୍ଟ କରାଯାଇଥିଲା

ହେଲେ ଗତକାଲି ତାଙ୍କ ଫୋନକୁ କରୋନା ପଜିଟିଭ୍ ବୋଲି ମ୍ୟାସେଜରୁ ସେ ସୂଚନା ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଦହେରେ ଓମିକ୍ରନ ଭୂତାଣୁ ଅଛି କି ନାହିଁ।ଏନେଇ ସ୍ୱାବ ଭୁବନେଶ୍ୱର ପଠାଯାଇଛି।ରିପୋର୍ଟ ଆସିଲେ ଜଣାପଡ଼ିବ।

Leave A Reply

Your email address will not be published.