Latest Odisha News

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ସଂକ୍ରମଣ ବଢୁଥିବା ବେଳେ, ଭାରିଆଣ୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଯାଏଁ ବିଦେଶରୁ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୧୩୪ ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜିକରଣ କରିଛନ୍ତି । ଏଥି ମଧ୍ୟରୁ ୪ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ଯାଜପୁରର ଥିବା ବେଳେ, ଆଉ ୨ ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତଙ୍କର ଜିନମ ସିକ୍ୟୁଏନ୍ସିଂ କରାଯାଇଛି ବୋଲି ଜଣାପଡିଛି ।

ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ଦିଆଯାଇଛି ୫ ସୁତ୍ରୀ ପରାମର୍ଶ । ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ କୁହାଯାଇଛି । ଏନଫୋର୍ସମେଣ୍ଟ କଡାକଡି କରିବାକୁ କୁହାଯାଇଥିବା ବେଳେ, ଟେଷ୍ଟିଂ ଓ ଟିକାକରଣକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛି ।

Comments are closed.