Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୨ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା ଚିନ୍ତା କରିବାକୁ ହେଲେ ପ୍ରଥମେ କ୍ଷର ଶରୀର ତଥା ଅକ୍ଷର ଆତ୍ମାକୁ ଜାଣିବା ଦରକାର । ପ୍ରଥମେ କ୍ଷର ବା ନାଶବାନ ଶରୀରକୁ ଚିନ୍ତା କରନ୍ତୁ । ଏହା ଦଶ ଇନ୍ଦ୍ରିୟ, ପାଞ୍ଚ ପ୍ରାଣ, ମନ ଓ ବୁଦ୍ଧିକୁ ମିଶାଇ ସତର ତତ୍ତ୍ୱକୁ ଧାରଣ କରି ମଧ୍ୟ ନାଶବନ ଅଟେ । ଅବିନାଶୀ ଆତ୍ମା ବା ଅକ୍ଷର ପୁରୁଷର ଆଧାର (ବସ୍ତ୍ର ହିସାବରେ ) ଏହାକୁ ବିବେଚନା କରାଯାଏ । କିନ୍ତୁ ପୁରୁଷୋତ୍ତମ ପରଂବ୍ରହ୍ମ (ଶ୍ରୀଜଗନ୍ନାଥ )କ୍ଷର (ଶରୀର )ଠାରୁ ସର୍ବଦା ଅତୀତଓ ଅକ୍ଷର(ଆତ୍ମା )ଠାରୁ ଉତ୍ତମ ଅଟନ୍ତି । ଜୀବ ଧାରଣ କରିଥିବା ଆତ୍ମା, ପରମାତ୍ମାଙ୍କ ଅଂଶ ହେଲେ ମଧ୍ୟ୍ୟ, ପଞ୍ଚଇନ୍ଦ୍ରିୟ ଓ ମନର ଆତ୍ମୀୟ ଭାବରେ କାର୍ଯ୍ୟ କରନ୍ତି । ମାତ୍ର ପରମାତ୍ମା ପ୍ରକୃତିରୁ ଅତୀତ ହୋଇଥିବାରୁ କଦାପି ମୋହିତ ହୁଅନ୍ତିନି । ଜୀବତ୍ମା କିନ୍ତୁ ପ୍ରକୃତିର ବଶୀଭୂତ ହୋଇ କାର୍ଯ୍ୟ କରେ । ତେଣୁ କଠ ଉପନିଷଦରେ ବର୍ଣ୍ଣିତ ହୋଇଛି :

ଅଶରୀରଂ ଶରୀରେଷୁ ଅନବସ୍ତେସ୍ୱବସ୍ଥିତମ, ମହାନ୍ତଂ ବିଭୁମାତ୍ମନଂ ମତ୍ୱା ଧୀରେ ନ ଶୋଚତି ।

ଜୀବତ୍ମାଙ୍କର ଚେତନ ଶକ୍ତି (ପରମାତ୍ମା )ଙ୍କ ସହ ତତ୍ତ୍ୱଗତ ଏକତ୍ୱ ଅଛି । ତଥାପି ସେ ପୁରୁଷୋତ୍ତମ ନୁହନ୍ତି । ଜୀବତ୍ମା, ଅକ୍ଷର ଓ ଅବିନାଶୀ ହୋଇ ବି ନିର୍ଲିପ୍ତ ନହୋଇ, ପ୍ରକୃତି ସହ ଜଡିତ ହେବାରୁ ତତ୍ତ୍ୱତଃ ପୁରୁଷୋତ୍ତମ ଭାବରେ ବିବେଚିତ ହୁଅନ୍ତିନି । କୋଟି ବ୍ରହ୍ମlଣ୍ଡର ଅଧିକାରୀ ହୋଇବି ପ୍ରଭୁ ଜଗନ୍ନାଥ ସର୍ବଦା ନିର୍ଲିପ୍ତ ଭାବରେ ରହି ସଂସାରର ମଙ୍ଗଳ ସାଧନ କରିଥାନ୍ତି । ରସକଲ୍ଲୋଳରେ କବି ଦୀନକୃଷ୍ଣ ଲେଖିଲେ :

“କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ, କରନ୍ତି ପୂର୍ଣ୍ଣ ପ୍ରାଣୀ ମନୋରଥ ।”

ଜୟ ଜଗନ୍ନାଥ

Comments are closed.