Latest Odisha News

BREAKING NEWS

ଦିଲ୍ଲୀର ରୋହିଣୀ କୋର୍ଟରେ ଟିଫିନ୍ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଖବର ଟିକେ ବିଳମ୍ବରେ ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଟିଫିନ୍ ବୋମା ବିସ୍ଫୋରଣ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି ।

ପ୍ରାଥମିକ ତଦନ୍ତରେ ଏକ ଲାପଟପ୍ ବ୍ୟାଟେରୀରେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଥିଲା । ହେଲେ ଅଧିକ ତଦନ୍ତ ପରେ ବିସ୍ଫୋରଣ ପାଇଁ ଟିଫିନ୍ ବୋମା ବ୍ୟବହାର ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ୧୦୨ ନମ୍ବର କୋର୍ଟ ରୁମରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ କୋର୍ଟର ସମସ୍ତ ଶୁଣାଣି ବନ୍ଦ ରହିଥିଲାବେଳେ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ୬ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ ।

ବିସ୍ଫୋରଣ କିଏ ଓ କାହିଁକି ଘଟାଇଥିଲା, ସେ ନେଇ ପୋଲିସ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ନାହିଁ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌, ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନସିକ୍ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ କୋର୍ଟ ପରିସରକୁ ପୋଲିସ ସିଲ୍ କରାଯାଇଥିବା ନେଇ ଦିଲ୍ଲୀ ପୋଲିସର ପ୍ରବକ୍ତା ଚିନ୍ମୟ ବିଶ୍ୱାଳ ପ୍ରକାଶ କରିଥିଲେ ।

Leave A Reply

Your email address will not be published.