Latest Odisha News

ବୁଷ୍ଟର ଡୋଜ୍ ନେଇଥିଲେ, ଏବେ ଓମିକ୍ରନରେ ସଂକ୍ରମିତ

ଦୁବାଇ: ଓମିକ୍ରନକୁ ନେଇ ସାରା ବିଶ୍ୱରେ ଆତଙ୍କ । ସବୁଦିନ ନୂଆ ନୂଆ ଖବର ସାମନାକୁ ଆସୁଛି । ବୁଷ୍ଟର ଡୋଜ୍ ନେଇଥିଲେ ବି ଆଟାକ୍ କରୁଛି ଓମିକ୍ରନ୍ । ସିଙ୍ଗାପୁରରେ ବୁଷ୍ଟର ଡୋଜ୍ ନେଇଥିବା ଦୁଇ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଦୁବାଇରେ ଜଣେ ୨୪ ବର୍ଷୀୟ ମହିଳା ଓ ଜଣେ ପୁରୁଷ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

ଏମାନେ କୋଭିଡର ତୃତୀୟ ଡୋଜ୍ ଅର୍ଥାତ ବୁଷ୍ଟର ଡୋଜ୍ ନେଇଥିଲେ । ଦୁବାଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଦୁଇ ଓମିକ୍ରନ ସଂକ୍ରମିତ ଫାଇଜର୍ ଓ ମଡେର୍ଣ୍ଣା ଟିକାର ବୁଷ୍ଟର ଡୋଜ୍ ନେଇଥିବା ଜଣାପଡ଼ିଛି । ସିଙ୍ଗାପୁରରେ ୮୭ ପ୍ରତିଶତ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି । ଏମାନଙ୍କ ଭିତରେ ୨୮ ପ୍ରତିଶତ ନେଇଛନ୍ତି ବୁଷ୍ଟର ଡୋଜ୍ ।

ଡେଲଟା ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ । ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ତେବେ ଓମିକ୍ରନ୍ ବିରୋଧରେ ଟିକା କେତେ ଫଳପ୍ରଦ ତାହା ଏଯାଏ ସ୍ପଷ୍ଟ ହୋଇନି । ସେଦିଗରେ ଗବେଷଣା ଜାରି ରଖିଛନ୍ତି ବୈଜ୍ଞାନିକ ।

Comments are closed.