Latest Odisha News

BREAKING NEWS

ନମାଜ ପଢ଼ିବା ନେଇ କଡା ବୟାନ ଜାରୀ କଲେ ମୁଖ୍ୟମନ୍ତ୍ରୀ ଖଟ୍ଟର

ଗୁରୁଗ୍ରାମ: ହରିୟାଣାରେ ନମାଜ ପଢ଼ିବା ଉପରେ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କଡା ବୟାନ ଜାରୀ କରିଛନ୍ତି । ସେ କହିଛନ୍ତି ନିଜ ସ୍ଥାନ ବା ଘରେ ଏହାକୁ ପଢ଼ିଲେ କାହାର କିଛି ଅସୁବିଧା ନାହିଁ । ମାତ୍ର ଖୋଲାରେ ଏବଂ ସର୍ବ ସାଧାରଣଙ୍କ ଅସୁବିଧାର ପକାଇ ନମାଜ ପଢ଼ିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।

କିଛି ଦିନ ତଳେ ହିନ୍ଦୁ ସଂଗଠନ ଗୁରୁଗ୍ରାମ ସେକ୍ଟର-୩୭ରେ ଏହାକୁ ବିରୋଧ କରିଥିଲେ । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବା ପୂର୍ବରୁ ଖଟ୍ଟର ପରୋକ୍ଷରେ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ନିଜ ନିଜ ମଧ୍ୟରେ ଅଶାନ୍ତି ନ ହେବା ଉଚିତ । ଉଭୟ ପକ୍ଷ ଏ ନେଇ କାଥାବାର୍ତା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Comments are closed.