Latest Odisha News

BREAKING NEWS

ବାହାଘରରେ କାକା ନିତୀଶ କୁମାରଙ୍କୁ ନିମନ୍ତ୍ରଣ କେଲେନାହିଁ ତେଜସ୍ୱୀ ଯାଦବ, ହେଲେ ଶୁଭେଚ୍ଛା ଜଣାଇଲେ ନୀତିଶ

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବ  ।ହେଲେ ଏହି ବାହାଘରରେ ବିହାର ମୁଖ୍ୟମନ୍ତ୍ରୀ କାକା ନୀତିଶ କୁମାରଙ୍କୁ କାହିଁକି ଡାକିଲେ ନାହିଁ ତେଜସ୍ୱୀ ସେନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ ନିତୀଶ ମଧ୍ୟ ନିଜ ଅନ୍ଦାଜରେ ତେଜସ୍ୱୀଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି । ଏହି ବିବିହକୁ ଅତି ଗୋପନୀୟତାର ସହ କରାଯାଇଛି । ଖୁବ କମ୍ ସମୟ ମଧ୍ୟରେ ବାହାଘର ତୟାରି କରାଯାଇଥିଲା ବୋଲି ସୂଚନା ମିଳିଛି । ଦିଲ୍ଲୀ ସ୍ଥିତ ଏକ ଫାର୍ମ ହାଉସରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା।ନିଜ ସାଙ୍ଗକୁ ବାହା ହୋଇଛନ୍ତି ତେଜସ୍ୱୀ । ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାଁ ଏଲେକ୍ସିସ। ସେ ହରିୟାଣାର ଜଣେ ବ୍ୟସାୟୀଙ୍କ ଝିଅ।

ସବୁଠାରୁ ଖାସ୍ କଥା ହେଉଛି ଏହି ବାହାଘରରେ ତେଜସ୍ୱୀଙ୍କ କାକା ନୀତି କୁମାର କାହିଁକି ଆସିଲେ ନାହିଁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଏହି ବାହାଘରରେ ପୁତୁରା ତେଜସ୍ୱୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନୀତିଶ କୁମାର । ନୂଆ ଜୀବନ ଆରମ୍ଭ କରୁଥିବାରୁ ନବ ଦମ୍ପତିଙ୍କୁ ଆର୍ଶୀବାଦ କରିଛନ୍ତି ନୀତିଶ କୁମାରା

ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଜନସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅଭିନନ୍ଦନ ପତ୍ରରେ ଲେଖାଯାଇଛି ଯେ ବିରୋଧୀ ଦଳନେତା ତେଜସ୍ୱୀ ଯାଦବ ଦିଲ୍ଲୀରେ ବିବାହ ବନ୍ଧନରେ ବାନ୍ଧି ହେଉଥିବାର ସୂଚନା ମିଳିଛି। ତେଜସ୍ୱୀଙ୍କୁ ବହୁତ ବହୁତ ଅଭିନ୍ଦନ।

Comments are closed.