Latest Odisha News

BREAKING NEWS

ସିଜିଆଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ: ଷଡଯନ୍ତ୍ରର ପ୍ରମାଣ ଦାଖଲ କଲେ ଆଇନଜୀବୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲା ଏକ ଷଡଯନ୍ତ୍ର ବୋଲି ଦର୍ଶାଇଥିବା ଆଇନଜୀବୀ ଉତ୍ସବ ବେଂସ ସୁପ୍ରିମକୋର୍ଟଙ୍କ ନିକଟରେ ବୁଧବାର ଦିନ ଏକ ସିଲ୍ ହୋଇଥିବା ଲଫାଫାରେ ସମ୍ପୂର୍ଣ୍ଣ ପ୍ରମାଣ ଦାଖଲ କରିଛନ୍ତି ।

ଜଣେ ମହିଳା କର୍ମଚାରୀଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ହେବା ପରେ ମଙ୍ଗଳବାର ଦିନ କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ ।

ଗଣମାଧ୍ୟମର ସୂଚନାନୁଯାୟୀ, ବରିଷ୍ଠତା ଦୃଷ୍ଟିରୁ ତଥା ସୁପ୍ରିମକୋର୍ଟର ଦୁଇ ନମ୍ବର ବିଚାରପତି ହୋଇଥିବାରୁ ଏହି ତଦନ୍ତ ଭାର ଜଷ୍ଟିସ୍ ଏସଏ ବୋବଡେଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୩ ଜଣିଆ କମିଟିରେ ଜଷ୍ଟିସ୍ ଏନଭି ରମଣା ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜି ପ୍ରମୁଖ ରହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ନ୍ୟାୟପାଳିକାର ସ୍ୱତନ୍ତ୍ରତା ଏବେ ବିପଦରେ ଏବଂ ଏହାକୁ ନେଇ କେହି ଖେଳିପାରିବେ ନାହିଁ” ।

Leave A Reply

Your email address will not be published.