Latest Odisha News

BREAKING NEWS

ପେଟ୍ରୋଲ ଦର; ଭେନେଜୁଏଲାରେ ସବୁଠୁ ଶସ୍ତା, ହଂକଂରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ଭେନେଜୁଏଲାରେ ଦୁନିଆର ସବୁଠାରୁ ଶସ୍ତା‌ ଦରରେ ପେଟ୍ରୋଲ ବିକ୍ରି ହେଉଛି। ସବୁଠାରୁ ମହଙ୍ଗା ହେଉଛି ହଂକଂରେ। ହଂକଂରେ ଏକ ଲିଟର ପେଟ୍ରୋଲ ପିଛା ୧୯୫.୧୧ ଟଙ୍କାରେ ବିକ୍ରି ହେଉଥିବା ବେଳେ  ଭେନେଜୁଏଲାରେ ଭାରତୀୟ ଟଙ୍କାରେ ୧.୮୮ରେ ବିକ୍ରି ହେଉଛି। ଦୁନିଆରେ ଏମିତି ୫ ଟି ଦେଶ ଅଛି ଯେଉଁଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କାରୁ କମ୍ ମୂଲ୍ୟରେ ବିକ୍ରି ହେଉଛି। ଅନ୍ୟପଟେ ବିଶ୍ବବ୍ୟାପୀ ପେଟ୍ରୋଲର ହାରାହାରି ମୂଲ୍ୟ ହେଉଛି ଲିଟର ପିଛା ୯୦.୮୩ ଭାରତୀୟ ଟଙ୍କା ରହିଛି।

ବିଭିନ୍ନ ଦେଶରେ ପେଟ୍ରୋଲ ମୂଲ୍ୟର ପାର୍ଥକ୍ୟ ପେଟ୍ରୋଲ ପାଇଁ ବିଭିନ୍ନ ଟିକସ ଏବଂ ସବସିଡି ହେତୁ ହୋଇଥାଏ। ଉଲ୍ଲେଖଥାଉ କି, ଭାରତରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ କେତେକ ସହରରେ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି ଏବଂ ଗତ କିଛି ଦିନ ହେବ ଏଥିରେ କୌଣସି ବୃଦ୍ଧି ଘଟିନଥିବା ଜଣାପଡ଼ିଛି। ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାରେ ଏହି ହାରରେ ପେଟ୍ରୋଲ ବିକ୍ରି ହେଉଛି।

Comments are closed.