Latest Odisha News

ଜାଡ଼ରେ ଥରୁଛି ଓଡ଼ିଶା: ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଖସୁଛି ପାରଦ । ଶୀତ ବଢୁଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୨ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛି ପାଣିପାଗ ବିଭାଗ । ସେହିପରି ଟିଟିଲାଗଡ଼ରେ ୧୦.୮, କୋରାପୁଟରେ ୧୦.୬, କେନ୍ଦୁଝରରେ ୧୦.୪, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦.୬ ଡିଗ୍ରୀ ସେଲସିୟସ୍ ।

ଭବାନୀପାଟଣାର ୧୧, ସୁନ୍ଦରଗଡ଼ରେ ୧୧.୫, ମାଲକାନଗିରିରେ ୧୪, ସୋନପୁରରେ ୧୨.୮, ବଲାଙ୍ଗିରରେ ୧୨.୮, ତାଳଚେରରେ ୧୨, ହୀରାକୁଦରେ ୧୨.୮, ଅନୁଗୋଳରେ ୧୨.୬, ସମ୍ୱଲପୁରରେ ୧୩.୫, ବାରିପଦାରେ ୧୩, ଚାନ୍ଦବାଲିରେ ୧୩, ବାଲେଶ୍ୱରରେ ୧୩.୯ ଡିଗ୍ରୀ, ଭୁବନେଶ୍ୱରରେ ୧୪.୪, କଟକରେ ୧୪, ମାଲକାନଗିରିରେ ୧୪ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।

Comments are closed.