ମୁମ୍ବାଇ: ବିଏମ୍ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବ୍ୟକ୍ତି ୩ଟି ଡୋଜ୍ ଫାଇଜର ଟିକା ନେଇସାରିଛନ୍ତି। କିନ୍ତୁ ବ୍ୟକ୍ତିଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ।
ନଭେମ୍ବର ୯ରେ ବିମାନବନ୍ଦରରେ କରାଯାଇଥିବା କରୋନା ପରୀକ୍ଷଣରେ ଏହି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ମିଳିଥିଲା, ଯାହା ପରେ ତାଙ୍କ ନମୁନାକୁ ଜିନୋମ କ୍ରମରେ ପଠାଯାଇଥିଲା। ବିଏମସି ଆହୁରି ମଧ୍ୟ କହିଛି ଯେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।
ବିଏମସି ଅନୁଯାୟୀ, ରୋଗୀଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର କରୋନାର କୌଣସି ଲକ୍ଷଣ ନାହିଁ।
ଏହାକୁ ମିଶାଇ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୧୫କୁ ବୃଦ୍ଧି ପାଇଛି। ତେବେ ଏହି ରୋଗୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
Comments are closed.