Latest Odisha News

ଥମୁନି ବ୍ଲୁ-ଫ୍ଲାଗ ବିଚ୍ ବିବାଦ, ତେଜୁଛି ବିରୋଧ

ପୁରୀ: ଦୀର୍ଘଦିନ ଧରି ଜାରି ରହିଛି ବ୍ଲୁ-ଫ୍ଲାଗ୍ ବିଚକୁ ବିରୋଧ । ଏନେଇ ମତ୍ସଜୀବୀ ଓ ଉଠା ଦୋକାନୀମାନେ ବ୍ଲୁ-ଫ୍ଲାଗ୍ ବିଚ୍ ବିରୋଧରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଶତାଧିକ ମହିଳା ଓ ପୁରୁଷ ବ୍ଲୁ-ଫ୍ଲାଗ୍ ବିଚ୍ ନିର୍ମାଣକୁ ନେଇ କାର୍ଯ୍ୟ ବନ୍ଦ ଦାବି କରିଥିଲେ ।

ପୂର୍ବରୁ ରାଜଭବନ ନିକଟସ୍ଥ ବେଳାଭୂମିରେ ପ୍ରଶାସନ ତରଫରୁ ବ୍ଲୁ-ଫ୍ଲାଗ୍ ବିଚରେ ପ୍ରବେଶ ନେଇ ଟିକଟ୍ ବ୍ୟବସ୍ଥା କରାଯାଇଥିଲା । ସେହିପରି ଉଠା ଦୋକାନୀଙ୍କ ପାଇଁ କଟକଣା ଜାରି ହୋଇଥିଲା । ଫଳରେ ହଜାର ହଜାର ଉଠା ଦୋକାନୀ ରୋଜଗାର ହରାଇବା ସହ ତାଙ୍କ ଆର୍ଥିକସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ।

ଏ ସମାସ୍ୟାର ସମାଧାନ ନହେଉଣୁ ପ୍ରଶାସନ ପୁଣି ଏକ ବ୍ଲୁ-ଫ୍ଲାଗ୍ ବିଚ୍ ଚକ୍ରତୀର୍ଥ ବେଳାଭୂମିରେ ନିର୍ମାଣ କରୁଛି । ପ୍ରଶାସନର ଏହି ନିସ୍ପତ୍ତି ପୁନର୍ବାର ହଜାରହଜାର ଲୋକଙ୍କ ଜୀବୀକା ହରାଇବେ । ରାଜ୍ୟ ସରକାର ଲୋକଙ୍କୁ ରୋଜଗାର ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ପୁରୀ ପ୍ରଶାସନର ଏଭଳି ଗରିବ ମାରଣା ନୀତି ନେଇ ଆନ୍ଦୋଳନକାରୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ଆଗାମୀ ଦିନରେ ଚକ୍ରତୀର୍ଥ ରୋଡ ବେଳାଭୂମିରୁ ବ୍ଲୁ-ଫ୍ଲାଗ ବିଚ କାର୍ଯ୍ୟ ବନ୍ଦ ନହୁଏ, ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବା ନେଇ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

Comments are closed.