Latest Odisha News

BREAKING NEWS

ବିଶ୍ବରେ ଜାରି ରହିଛି କୋଭିଡ ଓ ଓମିକ୍ରନ ତାଣ୍ଡବ

ନୂଆଦିଲ୍ଲୀ : ସାରା ବିଶ୍ବକୁ ଧିରେ ଧିରେ କାବୁ କରିବାକୁ ବସିଲାଣି ନୂଆ ଭାରିଆଣ୍ଟ ଓମିକ୍ରନ । ଭାଇରସର ମୁକାବିଲା କରିବା ଲାଗି ଅଧିକାଂଶ ଦେଶ ଆରମ୍ଭ କଲେଣି ମାଷ୍ଟର ପ୍ଲାନ୍ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସର ସର୍ବୋଚ୍ଚ ମେଡିକାଲ ପରାମର୍ଶଦାତା ଡାକ୍ତର ଆନ୍ଥୋନୀ ଫଉସି । ପ୍ରବଳ ଶୀତ ସହ ପୁଣି ଥରେ ଓମିକ୍ରନ ବିତ୍ପାତ ଘଟାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଜର୍ମାନୀରେ କୋଭିଡର ପଞ୍ଚମ ଲହର ଆସିବ ବୋଲି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ କାର୍ଲ ଲଟେରବାକ୍ । ଯଦିଓ ଖ୍ରୀଷ୍ଟମାସରେ ଲକଡାଉନ କରାଯିବାର ଯୋଜନା ନାହିଁ, ତଥାପି ପଞ୍ଚମ ଲହରୀ ଅଛି ବୋଲି ସେ କହିଛନ୍ତି । ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରିବା ଲାଗି ସଂସଦରେ ଆଇନ ଅଣାଯିବ । ଜର୍ମାନୀରେ ବର୍ତ୍ତମାନ ସୁଦ୍ଧା ୬୮ ଲକ୍ଷ ୧୨ ହଜାର ଲୋକ କୋଭିଡ ସଂକ୍ରମିତ ହୋଇଥିବା ବେଳେ, ପ୍ରାଣ ହରାଇଲେଣି ୧ ଲକ୍ଷ ୯ ହଜାରରୁ ଅଧିକ ଲୋକ ।

ସେହିପରି ଓମିକ୍ରନ ମୁକାବିଲା ଲାଗି ବ୍ରିଟେନରେ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଇଛି । ଓ୍ବାର୍କ ଫ୍ରମ୍ ହୋମକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ନରଓ୍ବେରେ ଦୈନିକ ୩ ଲକ୍ଷ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା ଦେଖାଦେଇଛି । ଭୂତାଣୁ ପାଇଁ ନରଓ୍ବେରେ ସଭା ସମିତି, ବାର୍, ରେଷ୍ଟୁରାଣ୍ଟରେ ମଦ୍ୟପାନ, ସୁଇମିଂ ପୁଲ ଓ ଜିମ ଲାଗି କଟକଣା ଜାରି ହୋଇଛି । ନେଦରଲ୍ୟାଣ୍ଡସରେ ଲକଡାଉନ ଜାରି ହୋଇଥିବା ବେଳେ, ଖ୍ରୀଷ୍ଟମାସ ଓ ନ୍ୟୁ ଇୟର ସେଲିବ୍ରେସନକୁ ବ୍ୟାନ କରାଯାଇଛି ।

Comments are closed.