Latest Odisha News

BREAKING NEWS

ଭଙ୍ଗାରୁଜା ଘଟଣାରେ ଥାନାରେ ଏତଲା ଦେଲେ ଡିମ୍ପଲଙ୍କ ଶ୍ବଶୁର

ବ୍ରହ୍ମପୁର : ଏବେ ଭିନ୍ନ ରୂପ ନେବାକୁ ଯାଉଛି ଡିମ୍ପଲ-ସୁମିତ ବିବାଦ । ଜୋର ଜବରଦସ୍ତ ଘର ଭଙ୍ଗାରୁଜା ଘଟଣାରେ ବଢ଼ିଲା ବିବାଦ । ବୈଦ୍ୟନାଥପୁର ଥାନାରେ ଏତଲା ଦେଲେ ସୁମିତଙ୍କ ବାପା ପ୍ରମୋଦ ସାହୁ । ସୋମବାର ଡିମ୍ପଲଙ୍କ ସମର୍ଥକ ଘର ଭଙ୍ଗାରୁଜା କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଜୋର ଜବରଦସ୍ତ ଘରେ ପଶିବାକୁ ଉଦ୍ୟମ କରିଥିବା ଏତଲାରେ ଦର୍ଶାଇଛନ୍ତ ସୁମିତଙ୍କ ବାପା । ଏହାସହ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ସୁମିତଙ୍କ ବାପା । ଏହାସହ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଏତଲାରେ ନିବେଦନ କରିଛନ୍ତି ସୁମିତଙ୍କ ବାପା । ସେହିପରି ଘର ଭଙ୍ଗାରୁଜା କରିଥିବା ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ ଗତକାଲିର ହାଇଡ୍ରାମା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସୁମିତ । ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ, ତପସ୍ବିନୀ କଣ ପାଇଁ ଏତେ ସବୁ ନାଟକ କରୁଛନ୍ତି । ସେହିପରି ଦୁଇ ଜଣଙ୍କ ପରିବାରିକ ବିବାଦରେ ଅନ୍ୟମାନେ କାହିଁକି ହସ୍ତକ୍ଷେପ କରୁଛନ୍ତି । ଏହାସହ ପ୍ରମିଳା ତ୍ରିପାଠୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁମିତ । ସେ କଣ ପାଇଁ ଏଥିରେ ସଂପୃକ୍ତ ରହୁଛନ୍ତି । ଯଦି ଡିମ୍ପଲଙ୍କର କିଛି ସମସ୍ୟା ଥାଏ, ତେବେ ସେ କଣ ପାଇଁ କୋର୍ଟକୁ ଯାଉନାହାନ୍ତି ବୋଲି କହିଛନ୍ତି ସୁମିତ୍ ।

ସୁମିତଙ୍କ ଘର ଆଗରେ ଭଙ୍ଗାରୁଜା ପରେ ବ୍ରହ୍ମାନଗରରେ ଲାଗିଛି ୧୪୪ ଧାରା । ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ସାରା ଅଞ୍ଚଳକୁ ସିଲ୍ କରିଛି ପୋଲିସ । ବ୍ରହ୍ମାନଗର ଗଳିର ମୁଖ୍ୟ ଫାଟକରୁ ଗୁରୁଦେବ ହସ୍ପିଟାଲ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ସୁମିତଙ୍କ ଘର ସାମ୍ନାରେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.