ନୂଆଦିଲ୍ଲୀ:ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ବୁଧବାର ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବି ଘୋଷଣା କରାଯାଇଛି । ଏହି କାର୍ଯ୍ୟକାଳ ମଧ୍ୟରେ ରାଜ୍ୟସଭାରେ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଇଥିଲା । ମୋଟ ୧୮ କାର୍ଯ୍ୟଦିବସରେ ୨୦୪ ପ୍ରତିଶତ କାର୍ଯ୍ୟ କରାଯାଇଛି ବୋଲି ବାଚସ୍ପତି ଓମ ବିର୍ଲା କହିଛନ୍ତି । ଲକ୍ଷ୍ମୀପୁର ଖେରୀ ହିଂସା ନେଇ କେନ୍ଦ୍ରମନ୍ତ୍ରୀ ଆଶୀଷ ମିଶ୍ରଙ୍କୁ ବହିଷ୍କାର ଏବଂ ସାଂସଦଙ୍କ ନିଲମ୍ବନକୁ ବିରୋଧ ଯୋଗୁ କାର୍ଯ୍ୟକାଳ ପ୍ରଭାବିତ ହୋଇଥିଲା ।
ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରୁ ଆରମ୍ଭ ହୋଇଥିଲା । ଏହା ଡିସେମ୍ବର ୨୩ରେ ଶେଷ ହୋଇଥାନ୍ତା । ତେବେ ଏହା ସତ୍ୱେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ମଧ୍ୟ ଏହି ସମୟରେ ପାରିତ ହୋଇଛି ।
Comments are closed.