Latest Odisha News

BREAKING NEWS

ଆନ୍ଧ୍ର ପ୍ରଦେଶରୁ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ହାଇଦ୍ରାବାଦ: କୁଏତ୍‌ରୁ ଆସିଥିବା ଜଣେ ୪୧ ବର୍ଷ ବୟସ୍କା ମହିଳା ଡିସେମ୍ବର ୧୯ ରେ ବିଜୟୱାଡା  ବିମାନବନ୍ଦରରେ ଅବତରଣ କରିବା ପରେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ରବିବାର ଦିନ ବିମାନବନ୍ଦରରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ପରଦିନ ପଜିଟିଭ ଚିହ୍ନଟ କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି ଏବଂ କ୍ବାରେଣ୍ଟାଇନ୍‌ରେ ଅଛନ୍ତି।

ସେହିପରି ବିଶାଖାପାଟନମର ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତି ୟୁଏଇ ଗସ୍ତରେ ଯାଇ ଡିସେମ୍ବର ୧୫ରେ ଫେରିଥିଲେ। ତାଙ୍କର ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ଓମିକ୍ରନ୍‌ ପଜିଟିଭ ଆସିଥିବା ଜଣାପଡ଼ିଛି।

Comments are closed.