Latest Odisha News

ଚୀନ ଅର୍ଥନୀତି ଉପରେ ଲାଗିବ ବଡ଼ ଝଟକା, ଆମଦାନୀ ଉପରେ ନିଷେଧାଦେଶ ଲଗାଇଲା ଆମେରିକା

ଓ୍ବାସିଂଟନ୍ : ବଢ଼ିଲା ବିଶ୍ବ ଦୁଇ ଶକ୍ତିଶାଳୀ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ । ଚୀନ ବିରୋଧରେ ବଡ଼ ଅର୍ଥନୈତିକ କଟକଣା ଲଗାଇଛି ଆମେରିକା । ଚୀନର ଜିଞ୍ଜିଆଙ୍ଗ ଅଞ୍ଚଳରୁ ଆମଦାନୀ ଉପରେ ନିଷେଧାଦେଶ ଜାରି କରିଛି ଆମେରିକା । ଏନେଇ ଏକ ଆଇନ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏହି ପ୍ରଜାତନ୍ତ୍ରରେ ଉଘୁର ମୁସଲିମ ସମ୍ପ୍ରଦାୟକୁ ବଳପୂର୍ବକ ଶ୍ରମରେ ନିୟୋଜିତ କରାଯାଉଥିବା ଅଭିଯୋଗ ଦର୍ଶାଇ ବାଇଡେନ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଞ୍ଜିଆଙ୍ଗରେ ଦାସପ୍ରଥା ଭିତ୍ତିକ ଶ୍ରମ ବ୍ୟବସ୍ଥା ଚାଲିଥିବା ସହ ଏହା ଏକପ୍ରକାର ଗଣହତ୍ୟା ବୋଲି ଦର୍ଶାଇଛି ଆମେରିକା ।

ବଳପୂର୍ବକ ଶ୍ରମ ବନ୍ଦ ନହେବା ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ । ଜିଞ୍ଜିଆଙ୍ଗ ପ୍ରଜାତନ୍ତ୍ରରୁ ଆମେରିକାକୁ ରପ୍ତାନି ହୋଇଥାଏ ବିପୁଳ କପା, ଟମାଟୋ ଓ ପଲିସିଲିକନ । ଏହି ନିଷେଧାଦେଶ ଯୋଗୁ ଚୀନ ଏକ ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି । ଡେମୋକ୍ରାଟିକ ସିନେଟର ଜେଫ୍ ମର୍କେଲେ କହିଛନ୍ତି, ମାନବାଧିକାର ଉଲ୍ଲଂଘନ, ଗଣହତ୍ୟା ଓ ଦାସ ଶ୍ରମପ୍ରଥା ବିରୋଧରେ ଆମେରିକା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜିଞ୍ଜିଆଙ୍ଗରୁ ପ୍ରତିବର୍ଷ ଚୀନ ୯ ବିଲିୟନ ଡଲାରର କପା ଜାତୀୟ ସାମଗ୍ରୀ ଓ ୧୦ ବିଲିୟନ ଡଲାରର ଟମାଟୋ ଜାତ ସାମଗ୍ରୀ ରପ୍ତାନୀ କରିଥାଏ । ସେପଟେ ଉଘୁର ସଂକ୍ରଦାୟକୁ କୌଣସି ନିର୍ଯାତନା ଦିଆଯାଉନାହିଁ ବୋଲି କହିଛି ଚୀନ ।

Comments are closed.