Latest Odisha News

ଭୟ ବଢ଼ାଇଲା ଭାଇରସ ଓମିକ୍ରନ୍, ବ୍ରିଟେନରେ ବିଗୁଡୁଛି ସ୍ଥିତି

ନୂଆଦିଲ୍ଲୀ : ବ୍ରିଟେନରେ ବିଗୁଡୁଛି ସ୍ଥିତି । ଦିନକୁ ଦିନ ସ୍ଥିତିକୁ ଜଟିଳ କରୁଛି ଭାଇରସ । ବ୍ରିଟେନରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ସଂଖ୍ୟକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ବ୍ରିଟେନରୁ ୧ ଲକ୍ଷ ୧୯ ହଜାର ୭୮୯ ଜଣ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସମଗ୍ର ୟୁରୋପରେ ବ୍ରିଟେନ ହେଉଛି ଏକମାତ୍ର ରାଷ୍ଟ୍ର, ଯିଏ କୋଭିଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ଲକ୍ଷ ଆକ୍ଟିଭ କେସ ଥିବା ନେଇ ସୂଚନା ଦେଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ।

BjdElectrycity

ଭାଇରସ ଯୋଗୁଁ ଲଣ୍ଡନରେ ଅଧିକ ପ୍ରଭାବ ପଡିଛି ଏବଂ ହସ୍ପିଟାଲ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହା ସତ୍ତ୍ବେ ଖ୍ରୀଷ୍ଟମାସ ଲାଗି ବିଶେଷ କଟକଣା ଲାଗୁ ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେପଟେ ଆମେରିକା ନ୍ୟୁୟର୍କରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇଛି । ଟାଇମସ ସ୍କୋୟାରରେ ହେବାକୁ ଥିବା ନ୍ୟୁ ଇୟର ସେଲିବ୍ରେସନ ଉପରେ କଟକଣା ଲାଗୁ କରାଯାଇଛି । ମାତ୍ର ୧୫ ହଜାର ଲୋକଙ୍କୁ ନେଇ ଏହି ସେଲିବ୍ରେସନ କରାଯିବ । କେବଳ ଟିକା ନେଇଥିବା ଲୋକ ହିଁ ସେଲିବ୍ରେସନରେ ସାମିଲ ହେବେ ବୋଲି କୁହାଯାଇଛି ।

ପୂର୍ବରୁ ଲଣ୍ଡନ, ପ୍ୟାରିସରେ ନ୍ୟୁ ଇୟର ସେଲିବ୍ରେସନ ବାତିଲ କରିବାକୁ ଘୋଷଣା କରାଯାଇଛି । ସେପଟେ ଅଷ୍ଟ୍ରେଲିଆରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ, କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିଛି । ଫଳରେ ପୁଣି ଲକଡାଉନ ସମ୍ଭାବନା ଦେଖାଦେଇଛି । କରୋନା ସଂକ୍ରମଣ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୨୦୦ ହୋଇଛି । ପଶ୍ଚିମ ଅଷ୍ଟ୍ରେଲିଆରେ ନାଇଟ କ୍ଲବ, ଡ୍ୟାନସ ବାର୍ ଓ ସମାବେଶକୁ ନିଷିଦ୍ଧ କରାଯାଇଛି ।

Leave A Reply

Your email address will not be published.