Latest Odisha News

BREAKING NEWS

କରୋନା ପରେ ଲାଇଫ୍ ସପୋର୍ଟରେ ୬୫ ଦିନ, ଫୁସଫୁସ ପ୍ରତିରୋପଣ ନକରି ସୁସ୍ଥ ହେଲା ନାବାଳକ

ହାଇଦ୍ରାବାଦ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି କିଛି କରି ପାରିବ ନାହିଁ ବୋଲି କୁହାଯାଏ । ଏକଥାର ଯଥାର୍ଥତା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଜଣେ ୧୨ ବର୍ଷର ବାଳକ କରୋନା ସଂକ୍ରମିତ ହେବା ପରେ ୬୫ ଦିନ ଲାଇଫ ସପୋର୍ଟରେ ଥିଲେ । ଫୁସଫୁସ ସଂକ୍ରମିତ ହେବା ପରେ ଇକମୋ ଚିକିତ୍ସା ଚାଲିଥିଲା । କିନ୍ତୁ ଫୁସଫୁସ ପ୍ରତିରୋପଣ ନକରି ସେ ସୁସ୍ଥ ହୋଇଛନ୍ତି ।

ମୃତ୍ୟୁ ସହ ଲଢ଼ି ନୂଆ ଜୀବନ ପାଇଛନ୍ତି ୧୨ ବର୍ଷର ନାବାଳକ ସୌର୍ୟ୍ୟ । ତାଙ୍କ ଘର ଉତ୍ତରପ୍ରଦେଶରେ । ଲକ୍ଷ୍ନୌରୁ ତାଙ୍କୁ ଇକମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଥିଲା । ଚାରି ମାସ ଜୀବନ ମୃତ୍ୟୁ ସହ ଲଢ଼ିଛନ୍ତି । ବିନା ଫୁସଫୁସ ପ୍ରତିରୋପଣରେ ଆରୋଗ୍ୟ ଲାଭ କରିବାରେ ସେ ପ୍ରଥମ । ଭାରତ ସମେତ ଏସିଆ ମହାଦେଶରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।

ସୌର୍ୟ୍ୟ ନୂଆ ଜୀବନ ପାଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରି । ହାଇଦ୍ରାବାଦର କ୍ରିଷ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଡାକ୍ତରଙ୍କ ଚିକିତ୍ସା ଓ ସେବା ଯୋଗି ସୌର୍ୟ୍ୟଙ୍କ ଜୀବନରେ ନୂଆ ସୂର୍ୟ୍ୟୋଦୟ ହୋଇଛି । ଏବେ ତାଙ୍କର ପ୍ରତିଦିନ ଫିଜିଓ ଥେରାପୀ ଚାଲିଛି । ଆଉ କିଛି ଦିନ ପରେ ସେ ଘରକୁ ଫେରିବେ ।

Comments are closed.