Latest Odisha News

ବିଶ୍ୱର ବୃହତ୍‌ ବାଲୁକା-ଗୋଲାପ ସାନ୍ତାକ୍ଲଜ୍‌

ପୁରୀ : ବଡ଼ଦିନକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥର ବାଲି ସହ ଗୋଲାଫ ଫୁଲରେ ସେ ପ୍ରସ୍ତୁତ କରିଛନ୍ତି ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡ଼ାର ସାନ୍ତାକ୍ଲଜ୍‌ । ବେଳାଭୂମିରେ ବାଲୁକା-ଗୋଲାପରେ ନିର୍ମିତ ଏହି ସାନ୍ତାକ୍ଲଜ୍‌ ବିଶ୍ବର ପ୍ରଥମ । ଏଥିପାଇଁ ସେ ଏହାକୁ ୱାର୍ଲଡ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିବେ ବୋଲି ମଧ୍ୟ କହିଛନ୍ତି ।

ଏଥିପାଇଁ ୫୪୦୦ ଗୋଲାପ ଫୁଲ ସହ ଅନ୍ୟ ଧଳା ଫୁଲ ବ୍ୟବହାର କରାଯାଇଛି । ବେଳାଭୂମିରେ ଏହି କଳା ପ୍ରସ୍ତୁତି ପାଇଁ ତାଙ୍କୁ ଓ ତାଙ୍କ ପ୍ରଶିକ୍ଷାର୍ଥୀମାନଙ୍କୁ ମୋଟ ୮ ଘଣ୍ଟା ସମୟ ଲାଗିଥିବା ବ‌େଳେ ଦୁଇଦିନରେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ ।

କୋଭିଡ୍‌ କଟକଣା ଯୋଗୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଏହି ବାର୍ତ୍ତାକୁ ଆମେ ସାନ୍ତାକ୍ଲଜ୍‌ ମାଧ୍ୟମରେ ଜଣାଇଛୁ। ସମ୍ଭବତଃ ଏଭଳି କଳା ବିଶ୍ବ‌ରେ ପ୍ରଥମ। ତେଣୁ ଏହାକୁ ୱାର୍ଲଡ ବୁକ୍‌ ରେକର୍ଡରେ ସ୍ଥାନିତ କରିବା ପାଇଁ ଆବେଦନ କରାଯିବ। ପର୍ଯ୍ୟଟକମାନେ ସାନ୍ତାକ୍ଲଜ୍‌ ସହ ସେଲ୍‌ଫି ନେବା ପାଇଁ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି।

Comments are closed.