Latest Odisha News

ଫ୍ରାନ୍ସରେ କରୋନାର ସୁନାମୀ: ଦିନକରେ ରେକର୍ଡ ଲକ୍ଷେରୁ ଅଧିକ ସଂକ୍ରମିତ

ପ୍ୟାରିସ: ଫ୍ରାନ୍ସରେ ପୁଣି ଥରେ ସୁନାମୀ ଆଣିଛି ମହାମାରୀ । ଦୈନିକ ସଂକ୍ରମଣରେ ନୂଆ ରେକର୍ଡ । ଲକ୍ଷେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ । ଲଗାତାର ତୃତୀୟ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଶୁକ୍ରବାର ଫ୍ରାନ୍ସରୁ ଚିହ୍ନଟ ହୋଇଥିଲେ ୯୪ହଜାର ୧୨୪ ଆକ୍ରାନ୍ତ । ଶନିବାର ବାହାରିଥିଲେ ୮୪ ହଜାର ସଂକ୍ରମିତ ହୋଇଥିଲେ । ଏହାକୁ ମିଶାଇ ସେଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୦ଲକ୍ଷ ୮୮ହଜାରକୁ ବୃଦ୍ଧି ପାଇଛି । ଓମିକ୍ରନ୍ ଯୋଗୁ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ଲକ୍ଷେ ଟପିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।

ଆଗକୁ କରୋନା କେସ୍ ଆହୁରି ବଢ଼ିବା ଆଶଙ୍କା ରହିଛି । ଓମିକ୍ରନ୍ ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମେକ୍ରୋନ୍ । ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସର୍ବସାଧାରଣସ୍ଥଳରେ ଟିକା ନେଇଥିଲେ ପ୍ରବେଶ ଅନୁମତି ଭଳି କଟକଣାକୁ କଡ଼ାକଡ଼ି କରିଛି ଫ୍ରାନ୍ସ ସ୍ୱାସ୍ଥ୍ୟ ବିଭାଗ ।

Comments are closed.