Latest Odisha News

BREAKING NEWS

ଦେଶରେ ଓମିକ୍ରନ୍‌ ମାମଲା ୪୨୨କୁ ବୃଦ୍ଧି‌; ଦିଲ୍ଲୀ, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୪୨୨ଟି ମାମଲା ରୁଜୁ ହୋଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। କରୋନା ୬୯୮୭ ଜଣ ଲୋକ ପଜିଟିଭ୍ ଟେଷ୍ଟ କରିବା ପରେ କ୍ୟାସ୍‌ଲୋଡ୍‌ ୩୪,୭୮୬,୮୦୨ରେ ପହଞ୍ଚିଛି।

ସରକାରୀ ତଥ୍ୟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍‌ ମାମଲା (୧୦୮), ଦିଲ୍ଲୀରେ (୭୯), ଗୁଜୁରାଟ (୪୩), ତେଲେଙ୍ଗାନା (୪୧), କେରଳ (୩୮) , ତାମିଲନାଡୁ (୩୪), କର୍ଣ୍ଣାଟକ (୩୧) ଏବଂ ରାଜସ୍ଥାନ (୨୨)।

୪୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ ନେଗେଟିଭ ପରୀକ୍ଷା କରିବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି ବୋଲି ତଥ୍ୟରେ ଦର୍ଶାଯାଇଛି।

Leave A Reply

Your email address will not be published.