ନୂଆଦିଲ୍ଲୀ: ୭୬ ଜଣ ସୁପ୍ରିମକୋର୍ଟର ଓକିଲ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ହରିଦ୍ୱାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶ ସମୟରେ ଦିଆଯାଇଥିବା ଭାଷଣକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରାଯାଇଛି। ଏହା କୁହାଯାଇଛି ଯେ ଦେଶର ଧାର୍ମିକ ସ୍ୱାଧୀନତାକୁ ଦମନ କରିବାକୁ ଉଦ୍ୟମ ଚାଲିଛି। ଓକିଲମାନେ ପ୍ରଧାନ ବିଚାରପତିଙ୍କୁ ଏହି ଘଟଣାର ଜ୍ଞାନ ନେବାକୁ ଅନୁରୋଧ କରିଛନ୍ତି।
ଡିସେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ହରିଦ୍ୱାରରେ ଅନୁଷ୍ଠିତ ସାଧୁସନ୍ଥଙ୍କ ବୈଠକରେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ତଥା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିରୋଧରେ ନିରନ୍ତର ଭାଷଣ ଦିଆଯାଇଥିଲା।
ସିଜେଆଇ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି। ବିଦ୍ୱେଷ ଓ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଲୋକମାନଙ୍କ ନାଁ ମଧ୍ୟ ଉକ୍ତ ଚିଠିରେ ରହିଛି। ମୋଟ ୯ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
Comments are closed.