Latest Odisha News

ରାଜଧାନୀରେ ଆଜିଠୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ମାମଲାରେ ବ୍ୟାପକ ବୃଦ୍ଧି ଘଟିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆଜି ରାତିରୁ କାର୍ଯ୍ୟକାରୀ ହେବାରେ ଲାଗିଛି। ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ମୁମ୍ବାଇକୁ ଟପିଯାଇଛି ରାଜଧାନୀ ଦିଲ୍ଲୀ।

ଦିଲ୍ଲୀର ରାତ୍ରି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ। ରାତ୍ରି କର୍ଫ୍ୟୁ ସମୟରେ ସମାବେଶ ଆୟୋଜନ ଅନୁମତି ଦିଆଯାଇନାହିଁ।

Comments are closed.